Odisha Link
Bridging the Missing Links in Odisha

ରମାଦେବୀ କଲେଜରେ ଦୁଇ ଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ସରକାର ଅକଳରେ ପଡ଼ିଯାଇଛନ୍ତି। ବିଭିନ୍ନ କ୍ୟାମ୍ପସରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିର୍ବାଚନ ବନ୍ଦ ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋରେ କଳା ବୋଳି ପ୍ରତିବାଦ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ନିକଟରେ ରାଜ୍ୟ ସରକାର କଲେଜ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହାକୁ ନେଇ ଛାତ୍ରନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କ୍ୟାମ୍ପସରେ ଶାସକ ବିଜେଡିର ଦବଦବା ନାହିଁ। ହାରିଯିବା ଭୟରେ ସରକାର ନିର୍ବାଚନକୁ ବାତିଲ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ତେବେ ନିର୍ବାଚନ ବାତିଲକୁ ନେଇ ସୋମବାର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ତୁମୁଳକାଣ୍ଡ ଭିଆଇଥିଲେ। ଗୋଟିଏ ଗୋଷ୍ଠୀର ଛାତ୍ରୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଯାହାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

Comments are closed.