Odisha Link
Bridging the Missing Links in Odisha

ଚିଦାମ୍ବରମଙ୍କୁ ଝଟକା, ସୁପ୍ରିମକୋର୍ଟରେ ଖାରଜ ହେଲା ଜାମିନ ଆବେଦନ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ସୋମବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।

ସୁପ୍ରିମକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଯାମିନ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି। ଆଇଅନଏକସ୍ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ। ଯାହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ଆଜି କୋର୍ଟରୁ ଚିଦାମ୍ବରମଙ୍କୁ ଜୋରଦାର ଝଟକା ଲାଗିଛି। କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଚିଦାଙ୍କ ଆବେଦନର କୌଣସୀ ଗୁରୁତ୍ୱ ନାହିଁ। ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି ବୋଲି କୋର୍ଟ କହିବା ସହ ଆବେଦନକୁ ଗ୍ରହଣ କରିବାକୁ ମନା କରିଛନ୍ତି। ଏପରିକି ଉପଯୁକ୍ତ ଅଦାଲତ ଯିବାକୁ କୋର୍ଟ କହିଛନ୍ତି। ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଉପରୋକ୍ତ ଯାଚିକା ସହ ସେହି ଯାଚିକା ଉପରେ ମଧ୍ୟ ଶୁଣାଣି କରିଥିଲେ ଯେଉଁଥିରେ ଚିଦାମ୍ବରମଙ୍କୁ ତଳ କୋର୍ଟ ଗିରଫ ୱାରେଂଟ୍ ଜାରି କରିବା ଓ ସିବିଆଇ ରିମାଣ୍ଡ ନେଇ ଅନୁମତି ଦେଇଥିଲେ।

Comments are closed.