ଏଥର ରାଜଧାନୀରେ ଟ୍ରାଫିକ ଜଗିବ ଡ଼୍ରୋନ କ୍ୟାମେରା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ ଡ଼୍ରୋନ କ୍ୟାମେରା ଟ୍ରାଫିକ ଜଗିବ। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ଏହି କଟକଣା ଲାଗୁ ହେବ ବୋଲି ଟୁଇନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୋମବାର ସୂଚନା ଦେଇଛନ୍ତି। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭରଟେକିଂ ଜୋନ ଭାବେ ବିବେଚନା କରାଯିବ। ଏଥିସହ ଲେନ ଡ଼୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ ମଧ୍ୟ କରାଯିବ। ଯେଉଁ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବେ ତାଙ୍କ ଉପରେ ଜରିମାନା ମଧ୍ୟ କରାଯିବ।