ସ୍ମାର୍ଟନଗରୀର ଦମ୍ପତ୍ତି ପାଳିଲେ ନିଆରା ଜନ୍ମଦିନ

ଭୁବନେଶ୍ବର: ବସ୍ତୁବାଦୀ ଦୁନିଆରେ ସାଧାରଣତଃ ଜନ୍ମଦିନ ପାଳନ ଲୋକମାନେ ହୋଟେଲ, କ୍ଲବ୍, ପଞ୍ଚତାରକା ହୋଟେଲ, ମଣ୍ଡପରେ ନିଜର ବନ୍ଧୁ, ବାନ୍ଧବ, ସାଙ୍ଗସାଥୀମାନଙ୍କୁ ଏକାଠି କରି ଜାକଜମକରେ ଖୁସି ମନେଇଥାନ୍ତି। ସହରରେ ପାର୍ଟି, ଫଙ୍କସନ , ଡିଜେ ଓ କେକ୍ କଟା ଜରିଆରେ ଜନ୍ମଦିନ ପାଳନ କରାଯିବା ପରମ୍ପରାରୁ ବାହାରି ସ୍ମାର୍ଟନଗରୀ ଭୁବନେଶ୍ବରର। ଝାରପଡା ବସିନ୍ଦା ସଞ୍ଜୀବ କୁମାର ହରିଚନ୍ଦନ ଓ ବନ୍ଦନା ହରିଚନ୍ଦନ ନିଜର ଏକାମତ୍ର ପୁତ୍ର ଡୁଡୁନ୍ର ଜନ୍ମଦିନକୁ ଅସହାୟ ମୁମୁର୍ଷୁ ରୋଗୀଙ୍କ ଗହଣରେ କିଛିକ୍ଷଣ ବିତାଇ ଜନ୍ମଦନିର ସ୍ମୃତିକୁ ଉଜ୍ଜୀବତ କରାଇଛନ୍ତି।
ସେବାପାଇଁ ଅର୍ଥ ନୁହେଁ ବରଂ ସୁନ୍ଦର ଏକ ମନ ଓ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ ବୋଲି ଦମ୍ପତି ପ୍ରକାଶ କରିଛନ୍ତି। ଭୁବନେଶ୍ବରର ୟୁନିଟ୍-୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲର ସଂକ୍ରାମକ ବିଭାଗରେ ଚିକିତ୍ସିତ ହେଉଥିବା ଅସହାୟ ଓ ନିରାଶ୍ରୟ ରୋଗିମାନଙ୍କୁ ଏହି ଅବସରରେ ବେଡସିଟ୍, ସେଓ, ପାଉଁରୁଟି, ବିସ୍କୁଟ ଇତ୍ୟାଦି ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
ଅସହାୟ ରୋଗିମାନଙ୍କ ସହ ଜନ୍ମଦିନ ପାଳନର ଏହି ନିଆରା କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ସେଞ୍ଚୁରିଆନ୍ ବଲ୍ଡ ଡୋନର ଗୋମିମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ନାରାୟଣଚନ୍ଦ୍ର ଓଝା, ରାଜଲକ୍ଷ୍ମୀ ମହାପାତ୍ର, ପ୍ରଦୀପ ମହାପାତ୍ର , ଜ୍ୟୋତିପ୍ରକାଶ ସ୍ବାଇଁ, ବିକାଶ ରାଉତ, ପ୍ରସନ୍ନ ନାୟକ ଏବଂ ପୁତ୍ର ଡୁଡୁନ ନାମରେ ନାମିତ ଡୁଡୁନ ଫାଉଣ୍ଡେସନର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Comments are closed.