Odisha Link
Bridging the Missing Links in Odisha

ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ଖୋଲା ହେଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍  ଖୋଲା ହୋଇଛି। ମୋଟ୍ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୬୫ ଫୁଟ୍। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ୍ ଜଳ। ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୭୧ କ୍ୟୁସେକ୍‌ ଜଳ। ବାମ ପାର୍ଶ୍ବରେ ୬ଟି ଓ ଡାହାଣ ପାର୍ଶ୍ବରେ ୪ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି।

Comments are closed.