Odisha Link
Bridging the Missing Links in Odisha

ସପ୍ତାହକ ମଧ୍ୟରେ ଓଡିଶା ଫେରିବେ ଜଗା ବଳିଆ

ଭୁବନେଶ୍ବର :  ଆଉ ମାତ୍ର ସପ୍ତାହ ମଧ୍ୟରେ ଓଡ଼ିଶା ଫେରିବେ ଜଗା କାଳିଆ। ଦିଲ୍ଲୀ ଏମ୍ସରୁ ଏସସିବିକୁ ସ୍ଥାନାନ୍ତର ହେବେ ଜଗା ବଳିଆ। ତେବେ ସେମାନଙ୍କ ଲାଗି ଏଥିପାଇଁ ଉଭୟ କ୍ୟାବିନ ଓ ଡାକ୍ତର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏମ୍ସର ନିଷ୍ପତ୍ତିରେ କିଛିଟା ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି।
ପ୍ରଥମେ ଦିଲ୍ଲୀ ଏମ୍ସ ତରଫରୁ ଜଗାବଳିଆଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ଏନେଇ ରାଜ୍ୟ ସରକାର ଭୁବନଶ୍ୱର ଏମ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଭୁବନେଶ୍ୱର ଏମ୍ସ ଜଗା ବଳିଆଙ୍କୁ ରଖି ଚିକିତ୍ସା କରିବାକୁ ରୋକଠୋକ ମନା କରିଦେଇବାରୁ ଏସସିବିରେ ଜଗା ବଳିଆଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.