Odisha Link
Bridging the Missing Links in Odisha

ପୁଲଓ୍ବାମାରେ ୨ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲ୍ଲାର ତ୍ରାଲରେ ସୋମବାର ସନ୍ଧ୍ୟାରେ ୨ଜଣ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଅପହରଣ କରନେଇଛନ୍ତି। ଅପହରଣ କରିଥିବା ୨ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ଛି।
ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ତ୍ରାଲର ଏକ ଜଙ୍ଗଲରୁ ଗୁର୍ଜର ସମ୍ପ୍ରଦାୟର ୨ଜଣ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଅପହରଣ କରିନେଇଥିଲେ। ଅପହୃତମାନେ ହେଲେ ରାଜୌରୀ ଜିଲ୍ଲାର ଅବଦ୍ଦୁଲ କାଦିର ଓ ଓ ଶ୍ରୀନଗରର ମଞ୍ଜୁର ଅହମ୍ମଦ। ଅପହରଣ ଖବର ପାଇବା ପରେ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ତେବେ ମଙ୍ଗଳବାର ସକାଳେ ଅପହୃତଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟଜଣଙ୍କୁ ଖୋଜୁଛି ପୋଲିସ। ଅନ୍ୟପଟେ ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଘାଟିରେ ଏହା ହେଉଛି ପ୍ରଥମ ଆତଙ୍କବାଦୀ ଆକ୍ରମଣ ଘଟଣା।

Comments are closed.