Odisha Link
Bridging the Missing Links in Odisha

ବିଜୁଳି ପରେ ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କାରଣ ଆଉ ଏକ ବଡ଼ ଉପହାର ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦ ପୂର୍ବରୁ ଯେଉଁମାନେ ନିଜ ଘରେ ପାଣି ମିଟର ଲଗାଇଥିବେ ସେମାନେ ଏହି ଯୋଜନାର ଲାଭ ନେଇପାରିବେ। ଏହି ଯୋଜନାରେ ଦିଲ୍ଲୀର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଭିନ୍ନ ଭିନ୍ନ ରିହାତି ମିଳିବ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା କରିଥିଲେ ଦିଲ୍ଲୀ ସରକାର। ୨୦୨୦ ଫେବୃଆରି ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସବୁକୁ ଆଖି ଆଗରେ ରଖି ଏଭଳି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି।

ଦିଲ୍ଳୀରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର ମାଗଣା କଲେ କେଜ୍ରିଓ୍ଵାଲ୍‌

Comments are closed.