Odisha Link
Bridging the Missing Links in Odisha

ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୋଦୀ ଜେଟଲୀଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି। ଜେଟଲୀଙ୍କ ନିଧନ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବାରୁ ଅରୁଣଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇପାରିନଥିଲେ। ତେଣୁ ମୋଦି ଆଜି ତାଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଥିଲା।

ଗତକାଲି ବିଳମ୍ବିତ ରାତିରେ ମୋଦି ସ୍ୱଦେଶ ଫେରିଛନ୍ତି। ଜେଟଲୀଙ୍କ ବାସଭବନରେ ମୋଦି ପହଞ୍ଚିବା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ପହଞ୍ଚି ଯାଇଥିଲେ। ତେବେ ମୋଦୀ ଜେଟଲୀଙ୍କ ପରିବାର ଲୋକଙ୍କ ସହ କଥାବାର୍ତା କରିବା ସହ ସମବେଦନା ମଧ୍ୟ ଜଣାଇଛନ୍ତି। ଜେଟଲୀଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ ବିଜେପି ଜାତୀୟ କାର୍ଯ୍ୟାଳୟକୁ ନିଆଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ଦେଶର ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ଅରୁଣଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Comments are closed.