Odisha Link
Bridging the Missing Links in Odisha

ବରମୁଣ୍ଡାରେ ଜଳୁଛି ବସ

ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡରେ ଜଳୁଛି ବସ। ହୁତୁହୁତୁ ହୋଇ ଜଳୁଛି। ଆଉ ତାକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ଅଗ୍ନିଶମ କର୍ମଚାରୀ। ବୁଧବାର ବରମୁଣ୍ଡା ବସଷ୍ଟାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ନିଆଁ ଲାଗି ବସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। ଏନେଇ ଖବର ପାଇ ୨ଟି ଦମକଳବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଖବର ଲେଖା ସୁଦ୍ଧା ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

Comments are closed.