Odisha Link
Bridging the Missing Links in Odisha

ଦବିଲା କାଠଯୋଡ଼ି ବ୍ରିଜ

ଭୁବନେଶ୍ୱର : ପୁଣି ଦବିଲା ବ୍ରିଜ। କାଠଯୋଡ଼ି ବ୍ରିଜ ଦବିଯାଇଥିବା ସୂଚନା ମିଳିଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୋପାଳପୁର-ଲିଙ୍କରୋଡ ରାସ୍ତାର କାଠଯୋଡ଼ି ବ୍ରିଜ ଦବି ଯାଇଛି। ବ୍ରିଜ ଆରମ୍ଭରୁ ସମାନ୍ୟ ଦବି ଯାଇଥିବା ସୂଚନା ମିଳିଛି। ଦବି ଥିବା ବ୍ରିଜ ରାସ୍ତାକୁ ପୁଲିସ କର୍ଡନ କରିଛି।
ଗତ କିଛି ଦିନ ତଳେ ଭୁବନେଶ୍ୱର-ପୁରୀ ବାଇପାସ, ହାଇଟେକ ଛକରେ ଦବି ଯାଇଥିଲା ଓଭରବ୍ରିଜ୍। ଫ୍ଲାଏ ଓଭର ଦୁଇଟି ଅଂଶକୁ ଯୋଡୁଥିବା ସଂଯୋଗ ସ୍ଥଳ ଅଚାନକ୍ ୬ ଇଞ୍ଚି ପର୍ୟ୍ୟନ୍ତ ଦବି ଯାଇଥିଲା। ଯାହା ଫଳରେ ଏହି ଫ୍ଲାଏ ଓଭରରେ ଯାତାୟତ ପ୍ରଭାବିତ ହୋଇଥିଲା।

Comments are closed.