ଚିଲିକାରେ ଫିସିଥିବା ମାଲେସୀୟ ଜାହାଜର କଣ୍ଟେନରରୁ କଢାଯାଉଛି ତେଲ

ଚିଲିକା : ଚିଲିକାରେ ଫସିଥିବା ମାଲେସୀୟ ଜାହାଜରୁ ଆରମ୍ଭ ହୋଇଛି ତେଲ ବାହାର କରାଯିବା ପ୍ରକ୍ରିୟା। ଗତକାଲି ରାତିରେ କିଛି ତେଲ ବାହାର କରାଯାଇଥିବା ବେଳେ ଆଜି ପୁଣି ତେଲ ବାହାର କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଛୋଟ କଣ୍ଟେନରରୁ ରଖାଯାଇଛି। ପାଇପରେ କଣ୍ଟେନରରୁ ତେଲ ବାହାର କରାଯାଇ ଛୋଟ କଣ୍ଟେନରରେ ରଖା ଯିବ। ପରେ କଣ୍ଟେନରର ଏବଂ ଜାହାଜକୁ ନିଜ ଦେଶକୁ ଫେରାଇନେବାକୁ ପ୍ରକ୍ରିୟା ଆର୍ମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।
ଚିଲିକା ରାଜହଂସ ନିକଟରେ ଫସି ରହିଥିବା ମାଲେସୀୟ ଜାହାଜର କଣ୍ଟେନରରୁ ପାଣିରେ ବୁଡିବାକୁ ଲାଗିବା ପରେ ଏହି ନିଷ୍ପତି ନେଇଛି ପ୍ରଶାସନ। ଜାହାଜଠାରୁ ଅଲଗା ହୋଇ ଦୀର୍ଘଦିନ ଧରି କୂଳରେ କଂଟେନରଟି ଫସିରହିଥିଲା। ଗତକାଲି ତାହା ଗୋଟିଏ ପାଖକୁ ଢଳିଯାଇଛି। ଦୁର୍ଘଟଣାରେ ଜାହାଜର କଂଟେନରରେ ୫ ରୁ ୬ ଇଂଚ୍ର ଫାଟ ବି ହୋଇଥିଲା। ଫାଟ ମଧ୍ୟରେ ପାଣି ପଶି କଣ୍ଟେନରଟି ଏବେ ଢଳି ପଡିଛି। ସେପଟେ ଜାହାଜର ଇଂଜିନକୁ ଦଉଡି ବାନ୍ଧି ରଖାଯାଇଛି। ତେବେ ତାହା ବି କେତେବେଳେ ବୁଡି ଯିବ କହିହେବନି। ଜାହାଜଟିକୁ ତିନିଟି ଦଉଡିରେ ଗଛକୁ ବାନ୍ଧି ରଖାଯାଇଥିଲା। ସେଥିରୁ ଦୁଇଟି ଦଉଡି ଛିଣ୍ଡିଗଲାଣି। ଆଉ ମାତ୍ର ଗୋଟିଏ ଦଉଡି ଭରସାରେ ଜାହାଜଟି ରହିଛି। ସମୁଦ୍ର ଜୁଆର ମାଡରେ ଦୋହଲି ଧିରେ ଧିରେ ଓଲଟିବାକୁ ବସିଛି।