ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳି ମାଡ଼

ଦଶପଲ୍ଲା: ମଧ୍ୟଖଣ୍ଡ ଗ୍ରାମପଞ୍ଚାୟତରେ ଗୁଳି ମାଡ଼। ପଞ୍ଚାୟତ ନିର୍ବାହୀ ଅଧିକାରୀ ଆହତ। ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକ ପଞ୍ଜିକରଣ ଯୋଜନା ବୈଠକ ଚାଲିଥିବା ସମୟରେ ସ୍ଥାନୀୟ ଜଣେ ଅସାମାଜିକ ଯୁବକ ଏହି ଗୁଳିମାଡ଼ କରିଛନ୍ତି। ତେବେ କେଉଁ କାରଣରୁ ଏହି ଗୁଳି ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଚିକିତ୍ସା ପାଇଁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତଙ୍କୁ ଭର୍ତି କରାଯାଇଛି।