Odisha Link
Bridging the Missing Links in Odisha

ଜିଡିପି ଚିନ୍ତା: ୫.୮ ରୁ ୫ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡ଼ୁଛି ଦେଶର ଆର୍ଥିକ ସ୍ଥିତି। ଯାହାଫଳରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି ଭାରତ। ତିନିମସାରେ ତଳକୁ ଖସିଲା ଜିଡ଼ିପି। କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତର ଜିଡିପି ୫.୮ରୁ ଖସିଆସି ୫ ପ୍ରତିଶତକୁ ଛୁଇଁଛି। ଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବ୍ରେକ ଲାଗିଛି ଯାହାଦ୍ୱାରା ଦେଶର ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯାଇଛି।

୭ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୨-୧୩ ବର୍ଷର ଏପ୍ରିଲରୁ ଜୁନ୍ ମାସ ଭିତରେ ଜିଡିପି ହାର ସର୍ବନିମ୍ନ ରହିଥିଲା। ଏହି ସମୟରେ ଜିଡିପି ହାର ୪.୯ ପ୍ରତିଶତ ରହିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୯ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଆକଳନ କରିଥିଲା।

ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଉତ୍ପାଦନ କ୍ଷେତ୍ରରେ ୦.୬ ପ୍ରତିଶତ, କୃଷି, ଜଙ୍ଗଲ ଓ ମତ୍ସ୍ୟ ବିଭାଗରେ ୨ ପ୍ରତିଶତ, ଖଣିରେ ୨.୭ ପ୍ରତିଶତ, କନଷ୍ଟ୍ରକ୍ସନରେ ୫.୭, ଫିନାନ୍ସିଆଲ ଏବଂ ରିଅଲଇଷ୍ଟେଟ୍‌ରେ ୫.୯ ପ୍ରତିଶତ ବୃଦ୍ଧି ହୋଇଛି।

Comments are closed.