Odisha Link
Bridging the Missing Links in Odisha

ଜଳିଗଲା ତେଲ ଟ୍ୟାଙ୍କର

କଟକ : ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ବାଇପାସ୍ ଛକ ନିକଟରେ ତେଲ ଟ୍ୟାଙ୍କର ଗାଡିରେ ନିଆଁ ଲାଗି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଅନ୍ୟ ଟ୍ରକ ସହ ଧକ୍କା ହେବା ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି।
ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପାରାଦୀପରୁ ଏହି ତେଲ ଟ୍ୟାଙ୍କର ବ୍ରହ୍ମପୁର ଯାଉଥିବା ଜଣାପଡିଛି। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ।

Comments are closed.