Odisha Link
Bridging the Missing Links in Odisha

ଭାରତୀୟ ନାଗରିକତ୍ବ: ଆସାମରେ ୧୯ଲକ୍ଷ ଲୋକ ଅଯୋଗ୍ୟ!

ନୂଆଦିଲ୍ଲୀ: ନେଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ (ଏନ୍ଆରସି)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଗୃହ ବିଭାଗ ଏହି ଚୂଡ଼ାନ୍ତ ରିପୋର୍ଟ ଜାରି କରିଛନ୍ତି। ଏନ୍ଆରସି ରାଜ୍ୟ ସମନ୍ବୟକାରୀ ପ୍ରତିକ ହଜେଲା ସୂଚନା ଦେଇଛନ୍ତି କି, ମୋଟ୍‌ ୩, ୧୧ ,୨୧, ୦୦୪ ଜଣଙ୍କୁ ଚୂଡ଼ାନ୍ତ ଯୋଗ୍ୟ ତାଲିକାରେ ସାମିଲ ହୋଇଛନ୍ତି। ଏହାସହିତ ୧୯,୦୬, ୬୫୭ ଲୋକଙ୍କ ନାମ ଏନ୍ଆରସି ଦ୍ବାରା ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ନାହିଁ। ଏହି ବ୍ୟକ୍ତିମାନେ ନିଜର ଦାବି ପ୍ରସ୍ତୁତ କରିପାରି ନଥିବାରୁ ବାଦ୍‌ ପଡ଼ିଥିବା ସୂଚନା ରହିଛି। ଏହି ଚୂଡ଼ାନ୍ତ ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିମାନେ ବିଦେଶୀ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇପାରିବେ ବୋଲି ପ୍ରକାଶ ପାଇଛି।

ରାଜ୍ୟରେ ହାଇଆର୍ଲଟ:
ଲୋକଙ୍କ ଗତିବିଧିକୁ ନଜରରେ ରଖି ରାଜ୍ୟରେ ହାଇଆର୍ଲଟ ଜାରି କରିଛନ୍ତି ସରକାର। କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ଯେମେତି ନହୁଏ ସେଥିପ୍ରତି ଦୃଷ୍ଟି ରଖିଛନ୍ତି ସରାକର। ଏଥିସହିତ ରାଜ୍ୟରେ ଥବା ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସରକାର ଦେଲେ ଭରଷା:
ଅପର ପକ୍ଷରେ ଯେଉଁମାନଙ୍କ ନାମ ଏଥିରେ ନଥିଲା ସେମାନଙ୍କୁ ସାମିଲ କରାଯିବ ବୋଲି କେନ୍ଦ୍ର ସରକାର ଆସାମର ଲୋକଙ୍କୁ ଭରଷା ଦେଇଥିଲେ। ତେବେ ଏହି ତାଲିକାରେ ଯେଉଁମାନେ ବାଦ୍ ପଡିଛନ୍ତି ସେମାନଙ୍କି ଗିରଫ କରାଯିବ ନାହିଁ। ସେମାନଙ୍କୁ ନିଜ ନାଗରିକତା ସାବ୍ୟସ୍ତ କରିବା ପାଇଁ ଯଥା ସମ୍ଭବ ଅବସର ଦିଆଯିବ। ସେମାନେ ପୁଣି ଥରେ ଆବେଦନ କରି ପାରିବେ। ଆବେଦନ କରିବାର ସମୟସୀମା ମଧ୍ୟ ସରକାର ୬୦ ଦିନକୁ ବୃଦ୍ଧି କରି ୧୨୦ ଦିନ କରିଛନ୍ତି।

Comments are closed.