Odisha Link
Bridging the Missing Links in Odisha

ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି କାରଖାନା

ନବରଙ୍ଗପୁର : ନବରଙ୍ଗପୁରରେ ଏକ ନକଲି ଖଇନି କାରଖାନାକୁ ଧରାଇଲେ ଅସଲି କାରଖାନର ମାଲିକ। ବ୍ୟବସାୟରେ ବାରମ୍ୱାର କ୍ଷତି ସହିବା ପରେ ଚିନ୍ତାରେ ପଡିଥିଲେ ବନଦୁର୍ଗା ନାମକ ଖଇନି କମ୍ପାନୀ ମାଲିକ। ଆଉ ଆରମ୍ଭ କରିଥିଲେ ଏହାର କାରଣ ଖୋଜିବା। ବ୍ୟକ୍ତିଗତ ସ୍ତରରେ ତଦନ୍ତରେ ସେ ଯାହା ପାଇଲେ ନିଜକୁ ବି ବିଶ୍ୱାସ କରିପାରିନଥିଲେ।
ନବରଙ୍ଗପୁରର ସହରର ଇଛାବତୀଗୁଡା ସାହିରେ ଚାଲୁଥିଲା ନକଲି ଖଇନି କାରଖାନା। ଏନେଇ ସେ ପୋଲିସରେ ଏତଲା ଦେବା ପରେ ନବରଙ୍ଗପୁର ପୋଲିସ ନକଲି ଖଇନି କାରଖାନା ଉପରେ ଚଢଉ କରିଥିଲା। ଚଢଉରେ କାରଖାନାରୁ ବିପୁଳ ପରିମାଣର ନକଲି ଖଇନି ଜବତ ସହିତ ଖଇନି ତିଆରୀ ସାମଗ୍ରୀ ଓ ମେସିନକୁ ଜବତ୍ କରିଛି ପୋଲିସ। ନକଲି ଖଇନି କାରଖାନା ମାଲିକ ଫେରାର ଅଛନ୍ତି। ଏଠାରେ କାମ କରୁଥିବା ଜଣେ ଶ୍ରମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Comments are closed.