Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍‌ଅପ୍ ଭ୍ୟାନ୍

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ଅଞ୍ଚଳରେ ଶିବ ମନ୍ଦିର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରେହୀଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କୁ ନିକଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ଏକ ବାଇକରେ ୩ ଜଣ ବୌଦ୍ଧରୁ ନୟାଗଡ଼ ସୋଲପଟା ଫେରୁଥିଲେ। ସେହି ସମୟରେ ବାଇକ ଆରୋହୀ ଜଣକ ଦ୍ରୁତ ଗତିରେ ବାଇକ ଚଲାଉଥିବା କାରଣରୁ ନିୟନ୍ତ୍ରଣ ହରାଇ ଶିବ ମନ୍ଦିର ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନ ଭିତରକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Comments are closed.