Odisha Link
Bridging the Missing Links in Odisha

ଚିନ୍ତାରେ ଇମ୍ରାନ୍

ନୂଆଦିଲ୍ଲୀ: ଭାରତକୁ ବାରମ୍ବାର ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନକୁ ଏବେ ରୁଟି ସଙ୍କଟ ମାଡ଼ିବସିଛି। ପାକିସ୍ତାନରେ ଗହମ ଦର ଆକାଶ ଛୁଆଁ। ବର୍ତ୍ତମାନ ସମୟରେ ପାକିସ୍ତାନରେ ସାଧାରଣ ଅଟା ମୂଲ୍ୟ କେଜି ପ୍ରତି ୪୪ଟଙ୍କା ୫୦ ପଇସା ଅଛି। ଅପରପକ୍ଷେ ସୁପରଫାଇନ୍ ଅଟାର ମୂଲ୍ୟ ବର୍ତ୍ତମାନ ସମୟରେ ୪୭ ଟଙ୍କା ୫୦ ପଇସା ରହିଛି। ଏଥିସହିତ NUMBEO ଓ୍ବେବସାଇଟ୍‌ ମୁତାବିକ ଭଲ ଚାଉଳର ମୂଲ୍ୟ ପାଖାପାଖି କିଲୋ ପ୍ରତି ୧୩୦ ଟଙ୍କା ୪୭ ପଇସା ରହିଛି।

ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଇମ୍ରାନ୍:
ଦେଶରେ ଗହମ, ଚାଉଳ ଏବଂ ମୁଖ୍ୟ ସାମଗ୍ରୀରେ ବୃଦ୍ଧି ପାଉଥିବା ଦର ଉପରେ ଲଗାମ ଲଗାଇବା ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ। ଅପରପକ୍ଷେ ଲୋକେ ଯେପରିକି ବିଶେଷ ଅସୁବିଧାରେ ନଡ଼ିବେ ସେଥିପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଲେ ପାକ୍‌ ପ୍ରଧାନମନ୍ତ୍ରୀ।

Comments are closed.