ପାକିସ୍ତାନ ସହ କଥା ହେବା ପାଇଁ ରାଜି: ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜୋର ଧରିଥିବା ବେଳେ କୂଟନୀତି ସ୍ତରରେ ବିବାଦର ଆପୋଷ ସମାଧାନ ପାଇଁ କରିବାକୁ ୟୁରୋପୀୟ ସଂଘ ଉଭୟ ଦେଶକୁ ଆହ୍ୱାନ କରିଛି। ଅନ୍ୟପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ କହିଛନ୍ତି ପାକସ୍ତାନ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସବୁବେଳେ ରାଜି।
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଆତଙ୍କ ଓ ହିଂସା ମୁକ୍ତ ବାତାବରଣରେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବା ପାଇଁ ରାଜି ଅଛି। ଗତକାଲି ୟୁରୋପୀୟ ସଂଘର କମିଶନର କ୍ରିସ୍ଟୋସ ଷ୍ଟାଇଲିନାଇଡ୍ସଙ୍କ ସହ ବୈଠକ କରିବା ବେଳେ ସେ ଏହି କଥା କହିଥିଲେ।
A good meeting with EU Commissioner @StylianidesEU. Discussed our perspectives on Afghanistan and Iran. Spoke of our expectations for better governance and more development in Jammu, Kashmir and Ladakh. pic.twitter.com/UDNwQLrq7u
— Dr. S. Jaishankar (@DrSJaishankar) August 30, 2019
ୟୁରୋପୀୟ ସଂଘ ସହ ବୈଠକ ବେଳେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଇରାନ୍ ଓ ଆଫଗାନିସ୍ତାନ ସମ୍ପର୍କରେ ଭାରତର ଦୃଷ୍ଟିକୋଣ ବାବଦରେ କହିଛନ୍ତି। ଜମ୍ମୁ କଶ୍ମୀର ଓ ଲଦାଖରେ କିଭଳି ବିକାଶ ହେବ ସେ ବାବଦରେ ମଧ୍ୟ ଭାରତ ତା’ର ମତ ୟୁରୋପୀୟ ସଂଘ ଆଗରେ ରଖିଛି ବୋଲି ଜୟଶଙ୍କର କହିଛନ୍ତି।
Comments are closed.