Odisha Link
Bridging the Missing Links in Odisha

ମୋଦିଙ୍କ ସହ ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବେ ଓଡ଼ିଆ ପୁଅ

ସମ୍ବଲପୁର: ସେପ୍ଟମ୍ବର ୭ ଭାରତ ପାଇଁ ଏକ ଗୌରବର ଦିନ। ଏହାସହିତ ସେଦିନ ଭାରତ ପାଇଁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଟେ। କାରଣ ଆସନ୍ତା ୭ରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଦୃଶ୍ୟ ଦେଖିବାପାଇଁ ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍(ଆଇଏସ୍‌ଆରଓ) ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହିତ ମୋଦିଙ୍କ ସହ ବସି ଏ ଦୃଶ୍ୟ ଦେଖିବେ ଓଡ଼ିଆ ପୁଅ ଚିନ୍ମୟ ଚୌଧୁରୀ।

ଚିନ୍ମୟ ସ୍ପେସ୍‌ କୁଇଜ୍-୨୦୧୯ରେ ସର୍ବାଧିକ ନମ୍ବର ରଖି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଏହି ସଫଳତା ଯୋଗୁଁ ସେପ୍ଟେମ୍ବର ୭ରେ ଚିନ୍ମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବସି ଚନ୍ଦ୍ରଯାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଦୃଶ୍ୟ ଦେଖିବାର ସୈାଭାଗ୍ୟ ଅର୍ଜନ କରିବେ। ଏଥିପାଇଁ ଆଇଏସ୍‌ଆରଓ ପକ୍ଷରୁ ଚିନ୍ମୟଙ୍କୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି।

Comments are closed.