Odisha Link
Bridging the Missing Links in Odisha

ରାସ୍ତାରେ ବସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦରିବାହାଲ ଠାରେ ଶନିବାର ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ମିସି ରାସ୍ତାରୋକ କରିଛନ୍ତି। ଗ୍ରାମକୁ ଥିବା ବିଜୁ ଏକ୍ସପ୍ରେସ ରୋଡ୍ ମରଣାଯନ୍ତା ପାଲଟିଥିବା ଅଭିଯୋଗରେ ଏହି ରାସ୍ତାରୋକ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ଦେଇ ଗ୍ରାମବାସୀ ଯାତାୟତ କରୁଥିବାବେଳେ ଛୋଟ ପିଲାମାନେ ସ୍କୁଲ ଯିବାଆସିବା କରୁଛନ୍ତି। ରାସ୍ତାର ଆବସ୍ଥା ସମ୍ପୂର୍ଣ୍ଣରୂପେ ଖରାପ ହୋଇଯାଇଥିବାରୁ ଏବେ ଏହା ମରଣଯନ୍ତା ପାଲଟିଛି। ଗ୍ରାମବାସୀ ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେଣୁ ଗ୍ରାମବାସୀଙ୍କ ସହ ବହୁ ଛାତ୍ରଛାତ୍ରୀ ରାସ୍ତା ମରାମତି ଦାବିରେ ଦରିବାହଲ ଠାରେ ରାସ୍ତାରୋକୋ କରିଛନ୍ତି।