Odisha Link
Bridging the Missing Links in Odisha

ଓଡ଼ିଶାର ପବିତ୍ରମୋହନ ଦାଶଙ୍କୁ ମିଳିବ ଜାତୀୟ ଶିକ୍ଷକ ପୁରସ୍କାର ୨୦୧୯

ଭୁବନେଶ୍ବର: ଆଉ ୩ଦିନ ପରେ ସାରା ଭାରତ ପାଳନ କରିବ ଗୁରୁ ଦିବସ। ପ୍ରତିବର୍ଷ ଗୁରୁ ଦିବସରେ ଦେଶର କୋଣ ଅନୁକୋଣରୁ ମନୋନୀତ ହୋଇଥିବା ଶିକ୍ଷକମାନେ ଜାତୀୟ ଶିକ୍ଷକ ପୁରସ୍କାର ପାଇଥାନ୍ତି। ସେହିପରି ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରୁ ମନୋନୀତ ହୋଇଥିବା ୪୬ ଜଣ ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପବିତ୍ରମୋହନ ଦାଶ।

ପବିତ୍ରମୋହନ ଦାଶ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମା ଅଞ୍ଚଳର ଖଟାଲୁଗୁଡ଼ା ପିୟୁପିଏସ୍‌ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ୨୦୧୯ ସେପ୍ଟେମ୍ବର ୫ ତାରିଖ ଦିନ ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା ଭବ୍ୟ ଉତ୍ସବରେ ମନୋନୀତ ଶିକ୍ଷକମାନେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ। ପୁରସ୍କାର ବାବଦରେ ମନୋନୀତ ଶିକ୍ଷକମାନଙ୍କୁ ଉତ୍କର୍ଷତାର ପ୍ରମାଣପତ୍ର, ନଗଦ ୫୦ ହଜାର ଟଙ୍କା ଏବଂ ରୌପ୍ୟଫଳକ ପ୍ରଦାନ କରାଯିବ।

Comments are closed.