Odisha Link
Bridging the Missing Links in Odisha

ସମ୍ବଲପୁରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ମୁସିମ୍ ଆହତ

ସମ୍ବଲପୁର: ଆଜି ସକାଳୁ ସକାଳୁ ସମ୍ବଲପୁର ସହରରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟର ସମ୍ବଲପୁର ସହରସ୍ଥିତ ସିଟି ଷ୍ଟେସନ ନିକଟରେ ଏନକାଉଣ୍ଟର ହୋଇଛି। ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ସହ ଗୁଳି ବିନିମୟରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ମୁସିମର ଡାହାଣ ଆଣ୍ଠୁରେ ଗୁଳି ବାଜିଛି। ମୁସିମକୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପୁଲିସ୍ ପଚରାଉଚରା କରୁଛି।

ଆଜି ଭୋର୍ ପ୍ରାୟ ୫ଟା ୨୦ ମିନିଟ୍‌ରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ସିଟି ଷ୍ଟେସନ ନିକଟରେ ମୁସିମ ବୁଲାବୁଲି କରୁଥିବା ନେଇ ଧନୁପାଲି ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ଟିମ୍‌ ସିଟି ଷ୍ଟେସନରେ ଚଢ଼ଉ କରିଥିଲେ। ଏହି ସମୟରେ ମୁସିମ ଅତର୍କିତ ଭାବେ ପୁଲିସ୍ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲା। ପାଲଟା ଜବାବରେ ପୁଲିସ୍‌ ଗୁଳିରେ ମୁସିମର ଡାହାଣ ଆଣ୍ଠୁ ନିକଟରେ ଗୁଳି ବାଜିଥିଲା। ଏହାପରେ ପୁଲିସ୍‌ ତାକୁ କାବୁ କରି ଗିରଫ କରିଥିଲା। ତା’ ନିକଟରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ଗୁଳି ଓ ୪ହଜାର ଟଙ୍କା ଜବତ ହୋଇଛି।

Comments are closed.