ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ନବରଙ୍ଗପୁର : ଆଜି ସକାଳୁ ନବରଙ୍ଗପୁର ଅବକାରୀ ବିଭାଗ କର୍ମଚାରୀ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନବରଙ୍ଗପୁର ସହର ସ୍ଥିତ ଚ।ଉଁରିଆଗୁଡା ଠାରେ ଜଗି ରହିଥିଲେ। ଏହି ସମୟରେ ଦୁଇ ଯୁବକ ଦୁଇଟି ବାଇକରେ ତିନୋଟି ବ୍ୟାଗ ଧରି ସହର ବାହାର ରାସ୍ତାରେ ଯାଉଥିବା ସମୟରେ ଅବକାରୀ ବିଭାଗ କର୍ମଚାରୀ ମାନେ ପିଛା କରିଥିଲେ।
ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ପିଛା କରୁଥିବା ସନ୍ଦେହ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ କର୍ମଚାରୀ ମାନଙ୍କ ହାତରେ ଧରା ପଡିଥିଲେ। ତିନୋଟି ବ୍ୟାଗରେ ୪୫ କିଲୋ ଗଞ୍ଜେଇ ଥିବା ନିଜେ ଗଞ୍ଜେଇ ଚାଲାଣ କାରୀ ସ୍ବୀକାର କରିଛନ୍ତି।କୋରାପୁଟ ଜିଲ୍ଲା ବୋଇପାରିଗୁଡାରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି କହିଛନ୍ତି ଅଭିଯୁକ୍ତ ।
ଗଞ୍ଜେଇ ଭରା ବ୍ୟାଗ ସହ ଦୁଇ ଯୁବକ ଓ ଦୁଇଟି ବାଇକ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଧରାପଡିଥିବା ଦୁଇ ଅଭିଯୁକ୍ତ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି।