Odisha Link
Bridging the Missing Links in Odisha

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ସାମ୍ନାକୁ ଆସିଲା କାଠ ପୋଲ

ଇଟାନଗର: ଭାରତୀୟ ସୀମା ତଥା ଅରୁଣାଚଳ ପ୍ରଦେଶରେ ପୁଣିଥରେ ଚାଇନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା ଏକ ନାଳରେ କାଠର ପୋଲ ତିଆରି କରିଛି। ଏହି ରାସ୍ତା ଦେଇ ସେ ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଷଡ଼ଯନ୍ତ୍ରର ଚିତ୍ର ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ଭାଜପା ଏମ୍‌ପି ତାପିର ଗାଓ ସୂଚନା ଦେଇଛନ୍ତି।

ପୂର୍ବରୁ ଏଠାରେ ପୋଲ ନ ଥିଲା ଏହାକୁ ନିକଟରେ ଅର୍ଥାତ୍‌ ଜୁଲାଇ-ଅଗଷ୍ଟରେ ତିଆରି କରାଯାଇଛି ବୋଲି ସେ ଦାବି କରିଛନ୍ତି। ଅଞ୍ଜଓ୍ବା ଜିଲା ଚାଇନାର ସୀମା ସହ ଲାଗିଥିବା ବେଳେ ଚାଗଲଗାମରେ ଅରୁଣାଞ୍ଚଳ ପ୍ରଦେଶର ଶେଷ ପ୍ରଶାସନିକ ଟିମ୍‌ ମୁତୟନ ହୋଇଥାନ୍ତି। ସେଠାରୁ ୨୫ କିଲୋମିଟର ଦୂରରେ ଏହି ପୋଲ ତିଆରି କରାଯାଇଛି ବୋଲି ତାପିର କହିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।

୨୦୧୮ ଅକ୍ଟୋବର ମାସରେ ମଧ୍ୟ ଚାଇନ ସେନା ଏଭଳି ହରକତ କରିଥିଲା। ଏହି ସମାନ ଅଞ୍ଚଳରେ ଚାଇନା ସେନା ଅନୁପ୍ରବେଶ କରି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରିଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଠାବ କରିଥିଲେ।” ଚାଇନାର ଏଭଳି ଅନୁପ୍ରବେଶ ସମ୍ପର୍କରେ ଏଯାଏ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେଇନାହିଁ। ସେହିପରି ଅନୁପ୍ରବେଶ କରିଥିବା ଚାଇନାର ସେନାମାନେ ଭାରତରେ ଅଛନ୍ତି ନା ପୁଣିଥରେ ବେଜିଂ ଫେରିଯାଇଛନ୍ତି, ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ଚାଇନା ସହ ଭାରତର ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ସୀମା ଲାଗିଛି।

Comments are closed.