Odisha Link
Bridging the Missing Links in Odisha

ବାଙ୍ଗାଲୋର: ଗଣେଶ ପୂଜା ଧୁମଧାମରେ ପାଳନ କଲା ଓଡ଼ିଆ ୟୁଥ ଆସୋସିଏସନ

ବାଙ୍ଗାଲୋର: ପ୍ରବାସୀ ଓଡିଆମାନେ ବାଙ୍ଗାଲୋର ସହରରରେ ଧୁମଧାମରେ ପାଳନ କରିଛନ୍ତି ଗଣେଶ ପୂଜା। ପ୍ରବାସୀ ଓଡ଼ିଆମାନେ ବାଙ୍ଗାଲୋର ଠାରେ ଭାଷା , ସାହିତ୍ୟ , ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ସହ ବୈଷୟିକ ଜ୍ଞାନ କୌଶଳ ଏବଂ ଭୌତିକ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ବାଙ୍ଗାଲୋରର ଓଡିଆମାନେ ନିଜର ବିଚକ୍ଷଣତାର ପରିଚୟ ଦେଇଛନ୍ତି। ଓଡିଆ ୟୁଥ୍ କମିଟି ମାରଥାଲି ଠାରେ ଗଣେଶ ମହୋତ୍ସବ ମହା ଆଡମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି। ଯାହା ଓଡିଆ ମାନଙ୍କର କେତେ ଏକତା ତାହା ଜଣାପଡେ।

ଗତ ସେପ୍ଟେମ୍ବର ୨ ତାରିଖ ସଂଧ୍ୟାରେ ମାରାଥାଲି ଏସ.ବି.ଆରୁ ପ୍ୟାଲେସ୍ ଗ୍ରାଉଣ୍ଡ ଠାରେ ବାଙ୍ଗାଲୋର ଓଡିଆ ୟୁଥ କମିଟି ପକ୍ଷରୁ ଆୟୋଜିତ ପଞ୍ଚମ ଗଣେଶ ଚତୁର୍ଥୀ ମହୋତ୍ସବରେ ଓଡିଶାର ଲୋକାଯୁକ୍ତ ଡ ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବଂ ଓଡିଶା ଚଳଚିତ୍ର ଉନ୍ନୟନ ନିମଗମର ଅଧ୍ୟକ୍ଷ (କୁନା ତ୍ରିପାଠୀ) ଓଡିଆ ଭାଷା ଆଉ ସଂସ୍କୃତିକ ଅତି ସୁନ୍ଦରଭାବରେ ବର୍ଣ୍ଣନା କରିଥିଲୋ ସମ୍ମାନୀୟ ଅତିଥି ଭାବରେ ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଅରୁଣ କୁ. ପଣ୍ଡା କହିଥିଲେ ଯେ ବାଙ୍ଗାଲୋର ର ଓଡିଆ ଆଇଟି କ୍ଷେତ୍ରରେ ୮୦ ପ୍ରତିଶତ ଓଡିଆ ଇଂଜିନିୟର କେବଳ ବାଙ୍ଗାଲୋରରେ ନୁହେଁ ସମଗ୍ର ବିଶ୍ୱରରେ ସଫ୍ଟଓୟାର କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି।

ଏହି ମହୋତ୍ସବ ବିଶିଷ୍ଟ ସମାଜସେବୀ ଲିଙ୍କନ ସୁବୁଧି , ଶୁଭେନ୍ଦୁ ଦାସ ଓ ଓଡିଆ ଯୁବକ ମି. ଇଣ୍ଡିଆ ରନର୍ସ ଅପ(ଗଉତମ ଚୌଧୁରୀ) ମଧ୍ୟ ଯୋଗ ଦେଇଥିଲେ। ଇଂଜିନିୟର ସଂଗ୍ରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣେଶ ଚତୁର୍ଥୀ, ଓଡିଆ ୟୁଥ କମିଟିର ସମସ୍ତ ସଦସ୍ୟ ଯଥା- ଲକ୍ଷ୍ମୀନାରାୟଣ ମହାନ୍ତି,ସୁଶାନ୍ତ ଷଡଙ୍ଗୀ, ଅରୁଣ ରାଉତରାୟ, ସୌରଭ ସାହୁ, ଅରୁଣ ସାମନ୍ତ ସିଂହାର, ଟିଟନ ଦାସ, ଦେବବ୍ରତ ହୋତା, ସତ୍ୟଦାସ, ପ୍ରମୁଖ ସଭାକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ। ଏହି ମେହୋତ୍ସବରେ ଓଡିଆ ସିନେ ତାରକା ଅର୍ଚ୍ଚିତା ସାହୁ ଅତି ଉଚ୍ଚକୋଟୀର ନୃତ୍ୟ ପରିବେଶଷ କରି ଦର୍ଶକମାନଙ୍କର ମନକୁ ଛୁଇଁ ଥିଲେ। ଏହି ମେହୋତ୍ସବରେ କୁନା ତ୍ରିପାଠୀଙ୍କୁ ଓୱାଇସି ଏଣ୍ଟରଟେନମେଣ୍ଟ ଏକସିଲେସନ୍ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।

Comments are closed.