Odisha Link
Bridging the Missing Links in Odisha

ଦାୟିତ୍ୱ ନେଲେ ଓଏଚଆରସି ଅଧ୍ୟକ୍ଷ

ଭୁବନେଶ୍ୱର: ବୁଧବାର ଓଏଚଆରସିର ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ବିମଳ ପ୍ରସାଦ ଦାସ। ଦାୟିତ୍ୱ ଗ୍ରହଣ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ। ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣି ପାଇଁ ଗୁରୁତ୍ୱ ଦିଆଯିବ। ମାନବାଧିକାର ଉଲ୍ଲଂଘନ ହେଲେ କାହାରିକୁ ଛଡ଼ା ଯିବ ନାହିଁ। ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଷ୍ଟିସ ବିମଳ ପ୍ରସାଦ ଦାସ।
ଅଧ୍ୟକ୍ଷ ପଦ ପାଇଁ ୩ ଜଣ ଅବସରପ୍ରାପ୍ତ ବିଚାରପତି ଓ ଆଇନଜୀବୀଙ୍କ ଭିତରୁ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ନାମକୁ ଏକ ନମ୍ବର ସ୍ଥାନରେ ରଖାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ସୁପାରିସ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ସଂସ୍କାର କମିସନର ଜଣିକିଆ ଅଧ୍ୟକ୍ଷ ଥିଲେ ଜଷ୍ଟିସ ଦାସ। ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଜଷ୍ଟିସ ଦାସ କରିଥିବା ସୁପାରିସ ଅନୁଯାୟୀ ଏବେ ସରକାର ପୁରୀ ଶ୍ରୀମନ୍ଦିର ଚାରିପଟୁ ନିର୍ମାଣ ଉଚ୍ଛେଦ କରିବା କାମ ଆରମ୍ଭ କରିଛନ୍ତି ।

Comments are closed.