Odisha Link
Bridging the Missing Links in Odisha

ଦୁଇଦିନ ପରେ ଆରମ୍ଭହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ବର : ଦୀର୍ଘ ୨ଦିନ ପରେ ଦାନ୍ତ ଘଷିଲେ ପ୍ରଭୁ ଲିଙ୍ଗରାଜ। ମଙ୍ଗଳବାର ସକାଳଠାରୁ ବନ୍ଦଥିବା ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ବୁଧବାର ଆରମ୍ଭ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କର ଅବକାଶ ନୀତିପରେ ମଙ୍ଗଳ ଆଳତି କରାଯାଇଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗର ସଭାପତି ବିରଞ୍ଜି ନାରାୟଣ ପତି।
ସୂଚନାଯୋଗ୍ୟ ରାଜଧାନୀ ଉପକଣ୍ଠ ଗଙ୍ଗୁଆ ନଦୀ କୂଳରେ ବଡୁ ନଯୋଗର ନିର୍ଦ୍ଦେଷ୍ଟ ଜମିରେ ନର୍ମାଣ କାମକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଠାକୁରଙ୍କ ନୀତିକାନ୍ତି ବନ୍ଦ ରଖିଥିଲେ। ଦେବୋତ୍ତର କମିଶନ ଘଟଣାର ତଦନ୍ତ କରି ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାପରେ ମଙ୍ଗଳବାର ସକାଳୁ ଖାଡା ଓପାସରେ ଥିବା ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ସ୍ବଭାବିକ ହୋଇଛି।

Comments are closed.