Odisha Link
Bridging the Missing Links in Odisha

ରୁଷରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଭାଗ ନେବା ପାଇଁ ଋଷର ଭ୍ଲାଦିଭୋଷ୍ଟକ ସହରରେ ପହଁଚିଛନ୍ତି। ଏହି ଗସ୍ତରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିସହ ସେ ରୁଷର ଭ୍ଲାଦିଭୋଷ୍ଟକ ସହରରେ ଆୟୋଜିତ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ମଧ୍ୟ ଦେବାର ସୂଚନା ରହିଛି।

ଏହି ସମୟରେ ସେ ଆସନ୍ତା ୫ ବର୍ଷ ପାଇଁ ଦୁଇ ଦେଶ କେମିତି ଏକାଠି କାର୍ଯ୍ୟ କରିବେ, ସେ ବିଷୟରେ ବିସ୍ତୃତ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବେ। ବିଶେଷ କରି ତୈଳ ଓ ଗ୍ୟାସ କ୍ଷେତ୍ରରେ ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହେବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ସନ୍ଧ୍ୟା ୭.୩୦ରେ ମୋଦି ଭାରତ ଛାଡ଼ିଥିଲେ। ଆଜି ସେ ଭୋର ୪.୩୦ରେ ଭ୍ଲାଦିଭୋଷ୍ଟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ମୋଦି ଟ୍ୱିଟ କରି ଏହି ସୂଚନା ଦେବା ସହ ପୁଟିନ୍‌ଙ୍କ ସହ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ କଥା ହେବେ ବୋଲି କହିଛନ୍ତି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏପରି ସ୍ଥିତିରେ ରୁଷ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି। ଏହି ପ୍ରସଙ୍ଗରେ ଆଗାମୀ ପଦକ୍ଷେପ କ’ଣ ସେ ବିଷୟରେ ମଧ୍ୟ ମୋଦି ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.