ନଦୀରୁ ମିଳିଲା ବସ୍ତାରେ ବନ୍ଧା ମୃତଦେହ

ନିଶ୍ଚିନ୍ତକୋଇଲି : ମୃତ୍ୟୁ କେତେବେଳେ ଯେ କେଉଁ ରୂପରେ ଆସିଥାଏ ତାହା ସମସ୍ତଙ୍କୁ ଅଜଣା। ଏଠି କିଏ ଦୁର୍ଘଟଣାରେ ମୃତ୍ୟୁ ବରଣ କଲାଣି ତ ପୁଣି କିଏ ହୃଦ୍ ଘାତରେ। ଠିକ୍ ସେହିପରି କିଏ କାହା ପ୍ରତିଶୋଧର ଶିକାର ହୋଇ ମୃତ୍ୟୁ ବରଣ କଲାଣିତ ପୁଣି କାହାର ହେଉଛି ହତ୍ୟା। ସେହିପରି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କେଳାକୁଦ ମଠ ନିକଟ ଲୁଣାନଦୀରୁ ମିଳିଛି ଏକ ବସ୍ତା ବନ୍ଧା ମୃତ ଦେହ। ମୃତଦେହଟି ମହିଳା କି ପୁରୁଷଙ୍କର ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହା ଏକ ହତ୍ୟା ବୋଲି ସନ୍ଦେହ କରା ଯାଉଛି। ବସ୍ତାରେ ବନ୍ଧା ମୃତ ଦେହଟି ନଦୀରେ ଭାସୁଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ଦେଖିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାସ୍ଥଳରେ ଏଯାଏଁ ପୋଲିସ ପହଞ୍ଚିନାହିଁ।