Odisha Link
Bridging the Missing Links in Odisha

ହାତୀ ଉପଦ୍ରବକୁ ନେଇ ତାତିଲେ ଲୋକେ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନଥିବା ବେଳେ ପୁଣି ଘରଦ୍ବାର ଭାଙ୍ଗିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏଥର ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ଲୋକେ। କ୍ଷତିପୂରଣ ଦାବିରେ ଅନ୍ଧାରଝରି ଛକରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କରଞ୍ଜିଆ-ଖିଞ୍ଚି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଆଜି ପୁଣି କରଞ୍ଜିଆ ବନଖଣ୍ଡ ଅନ୍ଧାରଝରି ଗାଁରେ ୬ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ହାତୀ ପଲରେ ୨୨ଟି ଝାଡ଼ଖଣ୍ଡି ହାତୀ ଅଛନ୍ତି। କିଛି ଦିନ ହେଲା ଅଞ୍ଚଳ ଛାଡି ଯାଉନାହାନ୍ତି ହାତୀପଲ। ବନ ବିଭାଗ ହାତୀଙ୍କୁ ଜନସବତି ଅଞ୍ଚଳରୁ ଶୀଘ୍ର ଘଉଡାଇବାକୁ ଦାବି କରିଛନ୍ତି ଲୋକେ।

Comments are closed.