Odisha Link
Bridging the Missing Links in Odisha

ଜରୁରୀ ପରିସ୍ଥିତିକୁ ବଳିଗଲା ମଠ ଭଙ୍ଗା: ବ୍ରଜ

ଭୁବନେଶ୍ବର: ରାଜ୍ୟର ସବୁଠି ଚର୍ଚ୍ଚାରେ ପୁରୀର ମଠ ଭଙ୍ଗା ଘଟଣା। ପ୍ରଥମେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଏନେଇ ମୁହଁ ଖୋଲିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ। ସେ କହିଛନ୍ତି ଯେ, ପୁରୀରେ ଚାଲିଛି ଅମଲାତାନ୍ତ୍ରିକ ଆତଙ୍କବାଦ। ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର କରିବା ଚକ୍କରରେ ବର୍ତ୍ତମାନର ଐତିହ୍ୟସବୁକୁ ଧ୍ୱଂସ କରାଯାଉଛି। ଏହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିଠାରୁ ବି ଅଧିକ ଭୟଙ୍କର।

ଏଥିସହିତ ସମତା କ୍ରାନ୍ତି ଦଳର ସଭାପତି ଥିବା ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି ଯେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ସହରର ଭିତ୍ତିଭୂମି ଉନ୍ନୟନ ଅଭିଯାନ ଚଳେଇଛନ୍ତି ବୋଲି ଦାବି କରୁଛନ୍ତି। କିନ୍ତୁ ବାସ୍ତବରେ ଶ୍ରୀମନ୍ଦିର ଚାରିପଟେ ଥିବା ପ୍ରାଚୀନ ମଠ ଓ ମନ୍ଦିରଗୁଡ଼ିକୁ ଧ୍ୱଂସ କରି ପୁରୀର ସହରର ଐତିହ୍ୟ ଓ ସମୃଦ୍ଧ ସଂସ୍କୃତିକୁ ଲୋପ କରାଯାଉଛି। ଭଙ୍ଗାଯାଉଥିବା ମଠଗୁଡ଼ିକ ସହିତ ଶ୍ରୀମନ୍ଦିରର ବହୁ ପ୍ରଚଳିତ ପ୍ରଥା ଓ ପରମ୍ପରାର ପ୍ରାଚୀନ ସଂପର୍କ ରହିଛି।

ରାଜ୍ୟ ସରକାରଙ୍କର ଏହି ଅଭିଯାନ ପୁରୀ ସହରର ସଂସ୍କୃତି ଓ ଐତିହ୍ୟ ବିରୋଧରେ ଏକ ଭୟଙ୍କର ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ସରକାର ଆଇନ ଓ ସମ୍ବିଧାନ ଉଲ୍ଲଙ୍ଘନ କରି ଏହି ଅଭିଯାନ ଚଳେଇଛନ୍ତି ବୋଲି ସେ କହିଛନ୍ତି।

Comments are closed.