Odisha Link
Bridging the Missing Links in Odisha

ଆଜି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ

ପୁରୀ : ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଆଜି ୨ ଦିନ ପାଇଁ ପୁରୀ ଆସୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମକସ୍ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ।
ପୂର୍ବରୁ ୭ ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ପୁରୀକୁ ବିଶ୍ୱ ଐତିହ୍ୟ ଓ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଲୋକେ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ସହ ଆମିକସ୍ କ୍ୟୁରୀଙ୍କୁ ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଗ୍ରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.