Odisha Link
Bridging the Missing Links in Odisha

ଆଜି ଓଡିଶା ଫେରିବେ ଜଗା-କାଳିଆ

ଭୁବନେଶ୍ବର : ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଜଗା କାଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ପରେ ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିବେ। ଏସସିବି ମେଡିକାଲର ୨ ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଅଲଗା କରାଯାଇଥିଲା। ସେବେଠାରୁ ଦୁଇ ଶିଶୁଙ୍କର ଦିଲ୍ଲୀ ଏମ୍ସରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଚିକିତ୍ସା ଚାଲିଛି। ଏମାନେ ଏମ୍ସ ହେପାଜତରେ ଅଛନ୍ତି। ତେବେ ଜଗା-କାଳିଆଙ୍କ ଅଭିଭାବକ ଏମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଗ୍ରହ ପ୍ରକାଶ କରିବା ପରେ ଓଡିଶା ସରକାର ଏନେଇ ପଦକ୍ଷେପ ନେଇଛନ୍ତି। ତେବେ ଭୁବନେଶ୍ବର ଏମ୍ସ ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଯଥେଷ୍ଟ ସୁବିଧା ନଥିବା ଦର୍ଶାଇବା ପରେ ରାଜ୍ୟ ସରକାର ଏମାନଙ୍କୁ ଏସସିବି ମେଡିକାଲରେ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି।

Comments are closed.