Odisha Link
Bridging the Missing Links in Odisha

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୧୨ଟି ଗେଟ୍‌

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍‌ ଖୋଲା ଯାଇଛି। ଜଳଭଣ୍ଡାରର ବାମ ପାର୍ଶ୍ବରେ ୮ ଓ ଦକ୍ଷିଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୫୨୫.୬୨ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୩୨ ହଜାର ୧୪୬ କ୍ୟୁସେକ୍ ଜଳ। ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୨ ଲକ୍ଷ ୧୪ ହଜାର ୭୩୭ କ୍ୟୁସେକ୍ ଜଳ।

Comments are closed.