Odisha Link
Bridging the Missing Links in Odisha

ପୁଲିସ ଦେବେ ଡବଲ ଜୋରିମାନା, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଯୁଆଡେ଼ ଯିବ ସିଆଡେ଼ ଚାଲିଛି କଡ଼ା ଯାଞ୍ଚ। ଡାକ୍ତର ତାଳରୁ ତଳିପା ଯାଏଁ ଯାଞ୍ଚ କରିବା ଭଳି ଟ୍ରାଫିକ ପୁଲିସ ହେଲମେଟ ଠାରୁ ପଲୁ୍ୟସନ ଯାଏଁ ସବୁ କିଛି ତନ୍ନତନ୍ନ କରି ଦେଖୁଛନ୍ତି। କାଗଜପତ୍ର ନଥିଲେ ଆଇନ ଖାତା ଆଡେ଼ଇ ହଜାର ହଜାର ଟଙ୍କାର ଜୋରିମାନା ବୋଝ ବି ଲଦି ଦେଉଛନ୍ତି । ଯାହା ଏବେ ଅଧିକାଂଶଙ୍କ ଟେନସନ ବଢାଇ ଦେଇଛି। ପୁଲିସ ବାବୁ ମନଇଚ୍ଛା ବୋଝ ଲଦୁ ଥିବା ବେଳେ ବିଚରା ବାଇକ, ଅଟୋ ଓ କାର ଚାଳକ ହନ୍ତସନ୍ତ ହେଉଛନ୍ତି। ତେବେ ପୁଲିସ ବାବୁଙ୍କ ମନମାନି ଉପରେ ଲଗାମ ଦେବାକୁ ସରକାର ଯୋଜନା କରିଛନ୍ତି। ଲୋକଙ୍କୁ ଅଯଥା ହଇରାଣ ନକରିବାକୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଯଦି ପୁଲିସ ବା ପରିବହନ ଅଧିକାରୀ ଭୁଲରେ ଜୋରିମାନା ବୋଝ ଲଦନ୍ତି ତେବେ ତାଙ୍କୁ ସେଥିପାଇଁ ଡବଲ ଜୋରିମାନା ଦେବାକୁ ପଡ଼ିବ। ଏହି ସୂଚନା ଦେଇଛନ୍ତି ପରିବହନ ସଚିବ ଜି.ଶ୍ରୀନିବାସ।
ତାଙ୍କୁ ସୂଚନା ଅନୁଯାୟୀ ଭୁଲରେ ଜୋରିମାନା ଆଦାୟ କରୁଥିବା କର୍ମଚାରୀ ବି ଜୋରିମାନା ଗଣିବେ। ଭୁଲରେ ଜୋରିମନା କଲେ ସମ୍ପୃକ୍ତ କର୍ମଚାରୀ ଡବଲ ଜୋରିମାନା ଦେବେ। କମ୍ପାଉଣ୍ଡ ଜୋରିମାନା ସମ୍ପର୍କରେ ମଧ୍ୟ ପରିବହନ ସଚିବ ସୂଚନା ଦେଇ କହିଛନ୍ତି ଯେ, ଧରାପଡ଼ିଲେ ଯେକୌଣସି ଗୋଟିଏ ଜୋରିମାନା କରିବାକୁ ଯୋଜନା କରାଯାଉଛି।

Comments are closed.