Odisha Link
Bridging the Missing Links in Odisha

ମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି

ପୁରୀ : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ପ୍ରତିକ୍ରିୟା ରଖିଛନ୍ତି। ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲା ଶ୍ରୀମନ୍ଦିର ପରିଚାଳନା କମିଟି।
ଶ୍ରୀମନ୍ଦିର ଓ ମଠ ମଧ୍ୟରେ ସମ୍ପର୍କ ପାଇଁ ହେବ ‘ମଠ ଉନ୍ନୟନ ଉପ ସମିତି’। ଜଗନ୍ନାଥ ବଲ୍ଲଭଠାରେ ହେବ ପ୍ରମୋଦ ଉଦ୍ୟାନ। ବଡଦାଣ୍ଡରେ ହେବ ଐତିହ୍ୟ କରିଡର। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବ ସୌନ୍ଦର୍ଯ୍ୟକରଣ। ସେବାୟତ ପରିବାର ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କରାଯିବ।

Comments are closed.