Odisha Link
Bridging the Missing Links in Odisha

ମଦୁଆ ଚାଳକ ଗିରଫ ହେବେ, ଏଣିକି ଟୋଲ ଗେଟରେ ହେବ ଯାଞ୍ଚ

ଭୁବନେଶ୍ୱର: ଏଣିକି ମଦ୍ୟ ପାନ କରି ଗାଡ଼ି ଚଳାଇଲେ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ। ସୁପ୍ରିକକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଏନେଇ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ କମିଟିର ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ ଡିଜିପି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ଟୋଲଗେଟରେ ମଦୁଆ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ। ସମସ୍ତ ୧୪ଟି ଟୋଲଗେଟରେ ଯାଞ୍ଚ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଟୋଲଗେଟରେ ଯାଞ୍ଚ ନେଇ ସର୍କୁଲାର ପୁଲିସ ଡିଜିପି ଶ୍ରୀ ଶର୍ମା ସର୍କୁଲାର ଜାରି କରିଛନ୍ତି। ବ୍ରେଥ ଆନାଲାଇଜରରେ ଟେଷ୍ଟ ଓ ମେଡିକାଲ ଚେକ ନେଇ ଡିଜିପି ସର୍କୁଲାର ଜାରି କରିଛନ୍ତି। ଏପରିକି ଆଜି ସନ୍ଧ୍ୟା ସୁଦ୍ଧା ଟୋଲଗେଟରେ ଯାଞ୍ଚ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.