Odisha Link
Bridging the Missing Links in Odisha

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ ଧରଣର ଦୁର୍ଘଟଣା ଘଟିଛି। ପ୍ଲାଟଫର୍ମରେ ଠିଆ ହୋଇଥିବା ଚଣ୍ଡିଗଡ-କୋଚୁଭେଲି ଏକ୍ସପ୍ରେସର ବଗିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଏବେ ଦମକଳ ବାହିନୀର ୪ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ସୂଚନା ମୁତାବକ, ଦିନ ପାଖାପାଖି ୨ଟା ସମୟରେ ଷ୍ଟେସନରେ ଲାଗିଥିବା ଚଣ୍ଡିଗଡ-କୋଚୁଭେଲିଲି ଏକ୍ସପ୍ରେସର ବଗିରେ ଭୀଷଣ ନିଆଁ ଲାଗିଥିବା ଜଣା ପଡିଛି। ତେବେ ନିଆଁର ପ୍ରକୋପ ଏତେ ଭୟାବହ ରହିଛି କି ଟ୍ରେନର କିଛି ବଗି ଏବେବି ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ତେବେ ନୂଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ରେଳ ଷ୍ଟେସନର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ନିଆଁ ଚଣ୍ଡିଗଡ-କୋଚୁଓ୍ବେଲି ଏକ୍ସପ୍ରେସର ପାଓ୍ବାର କାର ବଗିରେ ଲାଗିଛି। ଟ୍ରେନଟି ନୂଆ ଦିଲ୍ଲୀ ରେଲଓ୍ବେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ଆଠରେ ଠିଆ ହୋଇଥିଲା । ତେବେ ଟ୍ରେନରେ ବସିଥିବା ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଦମକଳ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.