Odisha Link
Bridging the Missing Links in Odisha

ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବ କେମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଇତିହାସ ରଚିବ ଭାରତ। ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ।

ଏହି ଭିଡିଓରେ ରହିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠ ଉପରୁ ୩୦ କିଲୋମିଟରରୁ ହିଁ ଲ୍ୟାଣ୍ଡ କରିବା ପ୍ରକ୍ରିୟା ଆରମ୍ଭ କରିବ। ଏହା ନିଜ ଚାରିପଟେ ମୋଡ଼ ନେଇ ୯୦ ଡିଗ୍ରୀ ମୁଦ୍ରାକୁ ଆସିବାକୁ ପ୍ରୟାସ କରିବ। ଏହାପରେ ବିକ୍ରମ ଏଥିରେ ଲାଗିଥିବା ଲ୍ୟାଣ୍ଡର ପୋଜିସନ୍‌ ଡିଟେକ୍ସନ୍‌ କ୍ୟାମେରା (ଏଲପିଡିସି) ଚନ୍ଦ୍ରପୃଷ୍ଠକୁ ସ୍କାନ କରି ନିଜ ପାଇଁ ଏକ ଉଚିତ ସ୍ଥାନ ବାଛିବ। ଥରେ ଏହା ବଛା ହୋଇଗଲେ ଏହା ଚନ୍ଦ୍ର ଆଡ଼କୁ ମୁହାଁଇବ।

ଏହା ଚନ୍ଦ୍ରପୃଷ୍ଠର ୧୦ ମିଟର ଉପରେ ପୁଣି ଏକ ମୋଡ଼ ନେବ। ଏପରି କରି ବିକ୍ରମ ଚନ୍ଦ୍ରପୃଷ୍ଠର ୯୦ ଡିଗ୍ରୀ ସ୍ଥିତିକୁ ଆସିଯିବ। ଏହାପରେ ବିକ୍ରମ ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ। ଏହା ଲ୍ୟାଣ୍ଡ କରିବା ପରେ ୩ଟି ପ୍ଲେଲୋଡ୍‌ ବାହାରକୁ ଆସି ପରୀକ୍ଷା ନିରୀକ୍ଷା ଆରମ୍ଭ କରିବେ। ଏକ ଘଣ୍ଟା ପରେ ବିକ୍ରମ୍‌ ୬ଟି ଚକ ବିଶିଷ୍ଟ ରୋଭର ପ୍ରଜ୍ଞାକୁ ଅପତରଣ କରାଇବ। ଏପରିକ କରିବାରା ଭାରତ ଚତୁର୍ଥ ରାଷ୍ଟ୍ର ହେବ। ଏହା ଏକ ‘ଚନ୍ଦ୍ରଦିନ’ ବା ପୃଥିବୀରେ ୧୪ ଦିନ ପାଇଁ ସେଠାରେ ଗବେଷଣା କରିବ।
ଦେଖନ୍ତୁ ଭିଡିଓ:

Comments are closed.