ଫାଇନ ପଇସା ଫେରାଅ

ଭୁବନେଶ୍ବର: ଫାଇନ୍ ପଇସା ଫେରେିବାକୁ କହିଲେ ବିଜେପି ଓ କଂଗ୍ରେସ ନେତା। ସେପ୍ଟମ୍ବର ପହିଲାରୁ ସେପ୍ଟମ୍ବର ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହୋଇଥିଲା। ଯାହାରି ଫଳରେ ମୋଟା ଅଙ୍କର ତଣ୍ଡ ଗଣିଥିଲେ ଆଇନ୍ ଉଲ୍ଲଘଂନକାରୀ। ହେଲେ ଗତକାଲି ପୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଇନକୁ ତିନିମାସ ପାଇଁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଆଶ୍ବସ୍ତି ପାଇଛନ୍ତି ଗାଡ଼ି ଚାଳକ।
ହେଲେ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଆଇନକୁ କୋହଳ କରିବା ପରେ ଫାଇନ ପଇସା ଫରେଇବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ନେତା। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ରାସନ କାର୍ଡର ଜୋରିମାନା ଯେମିତି ୧୦ ଗୁଣା ନେଇଥିଲେ ସେହିପରି ଫାଇନ୍ ଆଦାୟ ପଇସାକୁ ଲୋକଙ୍କୁ ଫେରାଇ ଦିଅନ୍ତୁ ବୋଲି ଗଣମାଧ୍ୟରେ କହିଛନ୍ତି ଶ୍ରୀ ସାଲୁଜା।
ଅପରପକ୍ଷେ ବିଜେପି ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି। ସରକାର ଯେପରି କାଳିଆ ଟଙ୍କାକୁ ଫେରେଇ ଦେବାକୁ କହୁଛନ୍ତି ସେହିପରି ସାଧାରଣ ଲୋକଙ୍କଠୁ ଆଦାୟ କରିଥିବା ଫାଇନ ଟଙ୍କା ଫେରସ୍ତ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମରେ କହିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ବିଚାର କରାଯାଉଥିବା ନେଇ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।