Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ବି ଉଚ୍ଛେଦ ପାଇଁ ଯୋଜନା

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ବି ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଉଛି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷିତ ଲାଗି ସରକାର ଆରମ୍ଭ କରିଥିବା ଯୋଜନାର ଢାଞ୍ଚା ଏକାମ୍ର କ୍ଷେତ୍ରରେ ଲାଗୁ ହେବ। ଶ୍ରୀଲିଙ୍ଗରାଜ ସମେତ ଏହାର ଆଖପାଖ କୀର୍ତ୍ତିରାଜିକୁ ଅଧିକ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର ଏଭଳି ଯୋଜନା ହାତକୁ ନେବାକୁ ଅଣ୍ଟା ଭିଡିଛନ୍ତି।
ଯୋଜନାକୁ ସାକାର କରିବାକୁ ଖୁବ୍ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଐତିହ ଓ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ଅଟେ। ଶ୍ରୀଜଗନ୍ନାଥଙ୍କ ଭଳି ଶ୍ରୀଲିଙ୍ଗରାଜଙ୍କର ବି ବହୁ ଭୂସମ୍ପତ୍ତି ରାଜ୍ୟ ଓ ରାଜ୍ୟବାହାରେ ଅବହେଳିତ ହୋଇ ରହିଛି। ଏହାର ପୁନରୁଦ୍ଧାର କରିବାକୁ ଏବେ ସରକାର ଅଣ୍ଟା ଭିଡିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି।

Comments are closed.