Odisha Link
Bridging the Missing Links in Odisha

ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିହତ

ଶ୍ରୀନଗର: ସେନା ଗୁଳିରେ ନିହତ ହେଲା ଆତଙ୍କବାଦୀ। ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା ବୋଲି ପ୍ରକାଶ ପାଇଛି। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ ତଳେ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ୨ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଗୁଳି ମାରିଥିବା ଆତଙ୍କବାଦୀ ଜଣଙ୍କ ଏହି ଅଶିଫ୍ ଥିଲା ବୋଲି ଜମ୍ମୁ କଶ୍ମୀର ପୁଲିସ ସୂଚନା ଦେଇଛି।

ନିହତ ଲସ୍କର-ଇ-ତୋଇବାର ଆତଙ୍କବାଦୀ ଆସିଫ୍ ପାଖରୁ ପୁଲିସ୍ ବହୁ ଅସ୍ତ୍ରଶସ୍ତ୍ର ସହିତ ଗୋଳାବାରୁଦ ଜବତ କରିଛି। ଏହି ଏନକାଉଣ୍ଟରରେ ଜଣେ ପୁଲିସକର୍ମୀ ଆହତ ମଧ୍ୟ ହୋଇଛନ୍ତି।ସୂଚନାଯୋଗ୍ୟ, ଗତକାଲି ସୋପର ଜିଲ୍ଲାରେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେବା ଅଭିଯୋଗରେ ୮ ଲସ୍କର-ଇ-ତୋଇବାର ଆତଙ୍କବାଦୀ ଗିରଫ ହୋଇଥିଲେ।ଆଜି ସୋପୋରରେ ଆତଙ୍କବାଦୀମାନେ ଲୁଚିଥିବା ନେଇ ଖବର ମିଳିବା ପରେ ସୁରକ୍ଷା ବାହିନୀ ତୁରନ୍ତ ସ୍ଵତନ୍ତ୍ର ଅପରେଶନ ଆରମ୍ଭ କରିଥିଲେ। ଏହାପରେ ଉଭୟ ସେନା ଓ ଆତଙ୍କବାଦୀ ପଟୁ ଫାଇରିଙ୍ଗ ହୋଇଥିଲା।

Comments are closed.