Odisha Link
Bridging the Missing Links in Odisha

ଆଉ ୨ ସହରକୁ ଝାରସୁଗୁଡାରୁ ଉଡିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡା ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ। ଝାରସୁଗୁଡାଠାରୁ କୋଲକାତା ଏବଂ ବାଙ୍ଗାଲୋରକୁ ବିମାନ ଉଡିବ। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ପୂର୍ବରୁ ଝାରସୁଗୁଡା ବିମାନବନ୍ଦରରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିଲା। ସେପଟେ ରାଉରକେଲା ଏୟାରଷ୍ଟ୍ରିପ୍ ଚୁଡାନ୍ତ କରିବାକୁ କାମ ଚାଲିଛି।
ସେହିପରି ଜୟପୁର ଏୟାରଷ୍ଟ୍ରିପ୍ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ରାଜ୍ୟର ଏହି ଦ୍ୱିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୨୦୧୮ ସେପ୍ଟେମ୍ବର ମାସ ୨୨ ତାରିଖରେ ଏହି ବିମାନବନ୍ଦରର ଉଦଘାଟନ ହୋଇଥିଲା।

Comments are closed.