ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର, ସେପ୍ଟେମ୍ବର ୧୪ରୁ ଇ-ନିଲାମୀ ଆରମ୍ଭ

ନୂଆଦିଲ୍ଲୀ: ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର। ସେପ୍ଟେମ୍ବର ୧୪ରୁ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକ ନିଲାମ କରାଯିବ। ଇ-ନିଲାମୀ ପ୍ରକିୟାରେ ହେବ ନିଲାମ। ଇ-ନିଲାମ ପାଇଁ ଯୋଜନା କରିଛି ନ୍ୟାସନାଲ ମଡ଼ର୍ନ ଆର୍ଟ ଗ୍ୟାଲେରି(NGMA)। ବିଭିନ୍ନ ରାଜ୍ୟ ତଥା ଦେଶକୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଉପହାର ମିଳିଥାଏ। ଆଉ ଏବେ ସେହି ଉପହାର ଗୁଡ଼ିକର ନିଲାମ କରାଯିବ ବୋଲି ପ୍ରକାଶ ପାଇଛି।
୧୪ ସେପ୍ଟେମ୍ବରୁ ଆରମ୍ଭ ହେବ ଇ-ନିଲାମୀ। ନିଲାମର ସର୍ବନିମ୍ନ ମୂଲ୍ୟ ୨ ଶହ ଟଙ୍କା ଥିବାବେଳେ ସର୍ବାଧିକ ୨.୫ ଲକ୍ଷ ଟଙ୍କା ରହିଛି। ଉପହାରର ମିଳିଥିବା ରାଶିକୁ ନମାମୀ ଗଙ୍ଗେ ପ୍ରକଳ୍ପରେ ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ ମୋଟ ୨୭୦୦ରୁ ଉର୍ଦ୍ଧ୍ୱ ଉପହାର ନିଲାମ କରାଯିବ। ମୋଦିଙ୍କ ଏହି ଉପହାରରେ ଅନେକ ମୂଲ୍ୟବାନ୍ ସାମଗ୍ରୀ ନିଲାମ ହେବ। ଅନେକ ମୂଲ୍ୟବାନ ଚିତ୍ରକଳା ସହ ରୂପାର ରଥ, ଆଦି ନିଲାମରେ ସାମିଲ ହେବ। ଏହାସହ ବିଭିନ୍ନ ରାଜ୍ୟରୁ ପାଇଥିବା ସୁନ୍ଦର ସୁନ୍ଦର ପଗଡ଼ି ଆଦି ଇ-ନିଲାମୀରେ ଉପଲବ୍ଧ ହେବ।