Odisha Link
Bridging the Missing Links in Odisha

କେବେ ସାକାର ହେବ ପ୍ରାଚୀଙ୍କ ସ୍ବପ୍ନ !

 ଭୁବନେଶ୍ବର: ଆଜି ହେଉଛି ନାୟିକା ପ୍ରାଚୀ ଦେଶାଇଙ୍କ ଜନ୍ମଦିନ। ସେ ଛୋଟ ପରଦାରୁ ନିଜରନକ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ବଡ ପରଦାରେ ସକ୍ରିୟ ହୋଇଛନ୍ତି । ବୋଲ୍‌ ବଚ୍ଚନ, ୱାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ,, ରକ୍‌ ଅନ୍‌, ଆଇ ମି ଔର ମେଁ ଭଳି ସିନେମାରେ ହିରୋଇନ୍‌ ଭାବେ ଦେଖିବାକୁ ମିଳିଛି ।

ମିଲନ୍‌ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ଓ୍ଵାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ରେ ପ୍ରାଚୀ ବନିଥିଲେ ଇମ୍ରାନ୍‌ ହାସମୀଙ୍କ ନାୟିକା । ଏବଂ ଅଶ୍ୱିନୀ ଧୀରଙ୍କ ‘ ବୋଲ ବଚ୍ଚନ ‘ ଓ ଅଭିଷେକ କପୁରଙ୍କ ନିର୍ଦ୍ଦଶେିତ ‘ରକ୍‌ ଅନ୍‌’ରେ ଫରହାନ୍‌ ଅଖତରଙ୍କ ସହ କାମ କରିଥଲେ ।

ସ୍କୁଲରେ ପଢୁଥିବା ବେଳେ ଶାହିଦ୍‌ କପୁରଙ୍କ ଦିଓ୍ଵାନା ଥିଲେ , କିନ୍ତୁ ଟେଲି ଆକ୍ଟ୍ରେସ ହେବା ପରେ ତାଙ୍କର ପ୍ରିୟ ନାୟକ ରିତିକ୍‌ ରୋଶନ୍‌ ହୋଇଯାଇଥିଲେ । ତାଙ୍କର ଏକ ବଡ଼ ସ୍ୱପ୍ନ ହେଉଛି ରିତିକ୍‌ ରୋଶନ୍‌ଙ୍କ ସହ ନାୟିକା ଭାବେ ସିନେମାରେ କାମ କରିବା

Comments are closed.