Odisha Link
Bridging the Missing Links in Odisha

ଜାଗ୍ରତ ଖଣ୍ଡପଡ଼ା ଦିବସ ପାଳିତ, ଅରୁଣ ଥିଲେ ପ୍ରଗତିର ସାରଥି

ଖଣ୍ଡପଡ଼ା: ଲୋକପ୍ରିୟ ଜନନେତା ଦିବଂଗତ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ତଥା ଜାଗ୍ରତ ଖଣ୍ଡପଡ଼ା ଦିବସ ସ୍ଥନୀୟ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅରୁଣ ଥିଲେ ପ୍ରେରଣାର ଉତ୍ସ, ପ୍ରଗତିର ସାରଥୀ ଏବେବି ଖଣ୍ଡପଡ଼ା ନିର୍ବାଚନମଣ୍ଡଳବାସୀ ତାଙ୍କୁ ଝୁରୁଛନ୍ତି ଓ ସବୁଦିନ ମଧ୍ୟ ତାଙ୍କୁ ଝୁରୁଥିବେ ବୋଲି ସେ ମତ ଦେଇଥିଲେ।

ଅରୁଣ ବାବୁ ତାଙ୍କ କାର୍ଯ୍ୟକାଳ ସମୟରେ ଖଣ୍ଡପଡ଼ା ନର୍ବାଚନ ମଣ୍ଡଳୀରେ ଅନେକ ଜନହିତକର କାର୍ଯ୍ୟ କରିଯାଇଛନ୍ତି ଯାହାକି ତାଙ୍କୁ ସବୁଦିନ ପାଇଁ ଚିର ସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତ ଦେଇଥିଲେ। ସ୍ମୃତିପରିଷଦର ସଭାପତି ବସନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ସ୍ମିତା ସ୍ବାଇଁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ଖଣ୍ଡପଡ଼ା ନର୍ବାଚନ ମଣ୍ଡଳବାସୀଙ୍କ ହୃ୍ଦୟରେ ଜନନେତା ଅରୁଣ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପରିଛନ୍ତି, ଏହା କମ୍‌ ଗୌରବର କଥା ନୁହେଁ ବୋଲି ପୂର୍ବତନ ସାଂସଦ ତଥା ବିଧାୟକ ରବି ନାରାୟଣ ମହାପାତ୍ର ଓ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବରିଷ୍ଠ ଆଇନଜୀବୀ ହରିଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମତ ଦେଇଥିଲେ।

ବିଭିନ୍ନ ଶିକ୍ଷାନୁଷ୍ଠାନର କୃତ ଛାତ୍ରଛାତ୍ରୀଙ୍କ ସମେତ ଆୟୋଜିତ ପ୍ରତିଯୋଗିତା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା ।ଉତ୍ସବର ପ୍ରାରମ୍ଭରେ ଭୁବନେଶ୍ବର ଅଞ୍ଚଳର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ। ବିନାୟକ ସାହୁ ଓ ସ୍ମୃତି ପରିଷଦର ସଂପାଦକ ବିନାୟକ ମିଶ୍ର ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଅରୁଣ ପଟ୍ଟନାୟକ ସ୍ମୃତିପରିଷଦ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ନର୍ବାଚନମଣ୍ଡଳୀର କୋଣଅନୁକୋଣରୁ ବହୁ ସଂଖ୍ୟରେ ଅରୁଣପ୍ରେମୀ ଜନତା, ଜନସାଧାରଣ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗଦେଇ ପ୍ରିୟ ଜନନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।

Comments are closed.