Odisha Link
Bridging the Missing Links in Odisha

ଦିଲ୍ଲୀରେ ଦାଉଦାଉ ୫ ଓଡ଼ିଆ

ଭୁବନେଶ୍ବର: କଥାରେ ଅଛି ଓଡ଼ିଆ ଭାରି ବଢ଼ିଆ। ବୋଧ ହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକୁ ଏକଥା ବେଶ ପାଇଛି। ଆପଣ ଭାବୁଥିବେ ଆମେ ଏପରି କାହିଁକି କହୁଛୁ। କାରଣ ବର୍ତ୍ତମାନ ସମୟରେ ଦିଲ୍ଲୀ ଦରବାରରେ ଓଡ଼ିଅଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଛି। ସେ ରାଜନୈତିକ ସ୍ତରରେ ହେଉ ବା ପ୍ରଶାସନିକ ସ୍ତରରେ ହେଉ ସବୁଠି ଚମକୁଛନ୍ତି ଓଡ଼ିଆ। ଦିଲ୍ଲୀ ଦରବାରରେ ଦାଉଦାଉ ହେଉଛନ୍ତି ଓଡ଼ିଆ। ଦିନକୁ ଦିନ ଦିଲ୍ଲୀରେ ବଢ଼ୁଛି ଓଡ଼ିଆଙ୍କ ପ୍ରାଧାନ୍ୟ। ଆଜି ଆମେ ଏଭଳି କିଛି ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁମାନେ କି ଦିଲ୍ଲୀ ଦରବାରରେ ନିଜର ଦବଦବା ଜାହିର କରୁଛନ୍ତି। ତା ସହିତ ଓଡ଼ିଆ ଜାତିର ସମ୍ମାନ ବୃଦ୍ଧି କରୁଛନ୍ତି।


ଧର୍ମେନ୍ଦ୍ର ପ୍ରଧାନ:
ଆଜିର ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ କାହାକୁ ବି ଅଜଣା। ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି। ସେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ତାପରେ କେନ୍ଦ୍ରମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ଧାରା ୩୭୦ ଉଚ୍ଛେଦ ସମୟରେ ମୋଦିଙ୍କ କୋର ଟିମର ସଦସ୍ୟ ଭାବେ ଥିଲେ। ଏଥିସହିତ ସୋସିଆଲ ମିଡିଆରେ ତାଙ୍କୁ ଉଜ୍ଜ୍ବଳା ପୁରୁଷ ମଧ୍ୟ କୁହାଯାଏ।

ଶକ୍ତିକାନ୍ତ ଦାସ: ଦେଶର ଭଣ୍ଡାର ଘରର ଚାବିକାଠି ଓଡ଼ିଆ ପୁଅ ହାତରେ। ପ୍ରଥମ ଓଡ଼ିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଅଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟର ସଚିବ ଦାୟିତ୍ୱ ବି ତୁଲାଇ ସାରିଛନ୍ତି ଶକ୍ତିକାନ୍ତ। ସେ ବର୍ତ୍ତମାନ ୨୫ ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ତୁଲାଉଛନ୍ତି।

ପ୍ରମୋଦ କୁମାର ମିଶ୍ର: ପ୍ରଥମ ଓଡ଼ିଆ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପି.କେ ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ଶ୍ରୀ ମିଶ୍ର ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଥିଲେ। ସେ ସମ୍ବଲପୁରର ବାସିନ୍ଦା ଓ ୧୯୭୨ ବ୍ୟାଚ୍‍ ଗୁଜରାଟ କ୍ୟାଡର ଆଇଏଏସ୍‍ ଅଫିସର। ଯିଏ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଲୋକ।

ପ୍ରତାପ ଷଡ଼ଙ୍ଗୀ: ନିଜର ସରଳ ଜୀବନ ଯାପନ ପାଇଁ ସବୁଠି ପରିଚିତ ପ୍ରତାପ ଷଡ଼ଙ୍ଗୀ। ମୋଦିଙ୍କ ଦ୍ବିତୀୟ ପାଳିରେ ମନ୍ତ୍ରୀପଦ ପାଇଛନ୍ତି ପ୍ରତାପ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏମଏସଏମଇ ଓ ଦୁଗ୍ଧ ଉତ୍ପାଦନ, ପଶୁପାଳନ ବିଭାଗ ଦାୟିତ୍ୱରେ ଅଛନ୍ତି ପ୍ରତାପ।

ସିତାଂଶୁ କର:
୧୯୮୩ ବ୍ୟାଚ୍‌ର ଇଣ୍ଡିଆନ୍‌ ଇନ୍‌ଫର୍ମେସନ୍‌ ସର୍ଭିସ୍‌ ଅଧିକାରୀ ସିତାଂଶୁ ରଞ୍ଜନ କର ପ୍ରେସ୍‌ ଇନ୍‌ଫର୍ମେସନ୍‌ ବ୍ୟୁରୋ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଗତ ମେ’୧ ତାରିଖରୁ ସେ ପିଆଇବି ଡିଜି ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି। ଉମାକାନ୍ତ ମିଶ୍ରଙ୍କ ପରେ ଶ୍ରୀ କର ଦ୍ୱିତୀୟ ଓଡ଼ିଆ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଛନ୍ତି।

Comments are closed.