Odisha Link
Bridging the Missing Links in Odisha

ବିଧାୟକଙ୍କୁ ଟ୍ରେନିଂ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଆରମ୍ଭ ହୋଇଛି। ବିଧାନସଭା କମିଟି ବ୍ୟବସ୍ଥା ଓ ବୈଧାନିକ ଉପରେ ବିଧାୟକ/ବୀଧାୟିକାଙ୍କ ଟ୍ରେନି ଦିଆଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ଓ ବିରୋଧୀ ଦଳ ନେତା ଉପସ୍ଥିତ ଅଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ଓ ବିଧାୟିକାଙ୍କୁ ଫୋକସ କରାଯାଇଛି। ଲୋକସଭା ସଚିବାଳୟ ଅଧିକାରୀମାନଙ୍କ ଦ୍ୱାରା ସେମାନଙ୍କୁ ଟ୍ରେନିଂ ଦିଆଯାଉଛି। ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି।
ଆଜି ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ସଂସଦୀୟ ବିଶେଷାଧିକାର ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ସମ୍ପର୍କରେ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ। ସେହିପରି ଆସନ୍ତାକାଲି ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ଗୃହରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉପସ୍ଥାପନର ପ୍ରକ୍ରିୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି।

Comments are closed.